Daily Archives

September 16, 2021

ଘରୁ ଡାକିନେଇ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର

ବାଲିଗୁଡ଼ା: ବ୍ୟବସାୟୀଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା । ବାଲିଗୁଡା ଥାନା ରେବୀଙ୍ଗିଆ ପଂଚାୟତର ବଜାର ସାହିର ଏହି ଅଭାବନୀୟ ଘଟଣା ଘଟିଛି । ଗୁଳିକାଣ୍ଡର କାରଣ ଜଣାପଡିନଥିବା ବେଳେ ମୃତକ ହେଲେ ନବଘନ ସାହୁ । ଭୀମ ତାଙ୍କୁ ଘରୁ ଡାକିନେଇ ଗୁଳି ମାରି ଫେରାର ହୋଇଯାଇଥିବା ଜଣାପଡ଼ିଛି ।…

ନଦୀରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର

ପାଟଣାଗଡ: ନଦୀରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସହର ଦେଇ ଯାଇଥିବା ମାୟାବତୀ ନଦୀ କୁଳରୁ ଏକ ଅଜଣା ଯୁବତୀଙ୍କ ଗଳିତ ମୃତଦେହ କରାଯାଇଛି । ଖବର ପାଇ ପାଟଣାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଛି । ସେହିପରି ନାବାଳିକାଙ୍କ ପରିଚୟ…

ନାଳରେ ଭାସିଯାଇ ଜଣେ ମୃତ,୨ ଉଦ୍ଧାର

ରାଉରକେଲା: ନାଳରେ ଗାଧୋଉଥିବା ବେଳେ ବନ୍ୟାଜଳ ମାଡି ଆସିବାରୁ ଭାସିଗଲେ ୩ ନାବାଳକ । ଦୁଇ ଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିବା ବେଳେ ଜଣେ ନାବାଳକ ପାଣିରେ ବୁଡି ମୃତ୍ୟୁ ଘଟିଛି । ରାଉରକେଲାର ଜଲଦା ମୁଣ୍ଡାବସ୍ତି ନିକଟରେ ଥିବା ନାଳରେ ଏହି ଦୁଃଖଦ ଘଟଣା ଘଟିଛି ।  ମୃତକ ନାବାଳକ…

ଆଜି କଟକରୁ ୫୮ କରୋନା ପଜିଟିଭ ଚିହ୍ନଟ, ୩୩ ସୁସ୍ଥ

କଟକ: କଟକରେ ଦିନେ କମୁଛି ତ ପୁଣି ଦିନେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟା ମଧ୍ୟରେ କଟକର ବିଭିନ୍ନ ଅଞ୍ଚଳରୁ ୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୨ ଜଣ କ୍ବାରେଣ୍ଟାଇନରୁ ଓ ୨୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ…

ଆଜି ଭୁବନେଶ୍ୱରରୁ ୨୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ପୁଣି ଉପର ମୁହାଁ କରୋନା ଆକ୍ରାନ୍ତ ସଂଖ୍ୟା । ଗତ ତିନି ଧରି କରୋନା ଆକ୍ରାନ୍ତ ଦୁଇ ଶହ ଭିତର ଥିବା ବେଳେ ଆଜି ପାର ହୋଇ ଭୁବନେଶ୍ୱରର  ବିଭିନ୍ନ ଅଞ୍ଚଳରୁ ୨୧୩  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୧୮୬ ରେ…

ହାଇ ବ୍ଲଡ ପ୍ରେସର ଥିବା ବ୍ୟକ୍ତିଙ୍କ ପାଇଁ ଗୁଜୁରାତି ପାଣି ବେଶ୍ ଲାଭଦାୟକ

ସ୍ୱାସ୍ଥ୍ୟଟିପ୍ସ: ପ୍ରାୟତଃ ପ୍ରତି ଭାରତୀୟଙ୍କ ରୋଷେଇ ଘରେ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ, ଗୁରୁଜାତି ଅତି ସହଜରେ ମିଳିଥାଏ । ବିଭିନ୍ନ ବ୍ୟଞ୍ଜନରେ ଏହାକୁ ବ୍ୟବହାର କରାଯାଏ । ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ ଗୁଜୁରାତି । ତେବେ ଆସନ୍ତୁ ଜାଣିବା ଗୁଜୁରାତି ପାଣିର…

ଶତ ପ୍ରତିଶତ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠିର କାର୍ଯ୍ୟାନ୍ୱୟନରେ ଓଡ଼ିଶା ଅଗ୍ରଣୀ

ଭୁବନେଶ୍ୱର: ଶତ ପ୍ରତିଶତ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ୱୟନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ନାବାର୍ଡର ଅଧ୍ୟକ୍ଷ ଡଃ ଜି. ଆର୍. ଚିଂତଲା କହିଛନ୍ତି । ଆଜି ରାଜ୍ୟ ସରକାର ଏବଂ ନାବାର୍ଡଙ୍କ ମିଳିତ ବୈଠକରେ  ସେ ଏହା କହିଛନ୍ତି । ଡଃ…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଜଳ ପ୍ରପାତରେ ବୁଡି ୩ ନିଖୋଜ

ନୂଆପଡ଼ା: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଜଳ ପ୍ରପାତରେ ବୁଡି ୩ ଜଣ ନିଖୋଜ । ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଗୋଧସ ଜଳପ୍ରପାତରେ ଆଜି ସନ୍ଧ୍ୟାରେ ଏହ ଅଭାବନୀୟ ଘଟଣା ଘଟିଛି । ନିଖୋଜ ବ୍ୟକ୍ତିମାନେ ବିଦେଶୀ ମଦ ଦୋକାନ କର୍ମଚାରୀ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ନିଖୋଜ…

ଆଜି ଓଡିଶାରୁ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ଓଡିଶାରୁ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୦ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୧୧୧ଜଣ ,…

ଏସବିଆଇର ଗୃହଋଣ ସୁଧହାର ୬.୭ ପ୍ରତିଶତକୁ ହ୍ରାସ

ମୁମ୍ବାଇ : ଆଗକୁ ପାର୍ବଣ ଋତୁ ଥିବା ବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ନିଜର ଗୃହଋଣ ସୁଧହାରକୁ ୬.୭ ପ୍ରତିଶତକୁ ହ୍ରାସ କରାଯାଇଛି । ବିଭିନ୍ନ ପରିମାଣର ଗୃହଋଣ ପାଇଁ ଏହା ଲାଗୁ ହେବ । ପୂର୍ବରୁ ଷ୍ଟେଟ ବ୍ୟାଙ୍କ ୭୫ ଲକ୍ଷରୁ ଅଧିକ ଟଙ୍କାର ଗୃହଋଣ ଉପରେ ୭.୧୫ ପ୍ରତିଶତ ସୁଧ…
ବ୍ରେକିଂ