Daily Archives

September 25, 2021

ନବରଙ୍ଗପୁରରୁ ନକଲି ସୁନା ଇଟା ଜବତ, ୬ ଗିରଫ

ନବରଙ୍ଗପୁର: ନବରଙ୍ଗପୁରରୁ ୪କିଲୋ ୫୦୦ଗ୍ରାମର ନକଲି ସୁନା ଇଟା ଜବତ । ତେବେ ଏଥିରେ ସଂପୃକ୍ତ ଥିବା ୬ ଜଣକୁ ଗିରଫ କରିଛି ପୋଲିସ । ଏଥିସହ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ କାର,୫ଟି ମୋବାଇଲ ଫୋନ,୫ ଟି ଏଟିଏମ କାର୍ଡ ,ଡ୍ରାଇଭିଂ ଲାଇସେନ୍ସ ଏବଂ ନଗଦ ୯୫୦ ଟଙ୍କା ପୋଲିସ ଜବତ କରାଯାଇଛି ।…

ଆଇପିଏଲ : ହାଇଦ୍ରାବାଦ ଆଗରେ ୧୨୬ ରନର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ

ସାରଜା : ପୁଣିଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ପଞ୍ଜାବ କିଙ୍ଗସ । ସାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୩୭ତମ ମ୍ୟାଚରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ମାତ୍ର ୧୨୫ ରନ ସଂଗ୍ରହ କରିଛି । ଯାହାଫଳରେ ହାଇଦ୍ରାବାଦ ପାଇଁ ୧୨୬ ରନର ବିଜୟ…

କଟକରୁ ୪୫ କରୋନା ପଜିଟିଭ ଚିହ୍ନଟ

କଟକ: କଟକରେ ତଳ ଉପର ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ କଟକର ବିଭିନ୍ନ ଅଞ୍ଚଳରୁ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୯ ଜଣ କ୍ବାରେଣ୍ଟାଇନରୁ ଓ ୧୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ…

ବାତ୍ୟାର ରୂପ ନେଲା ଗଭୀର ଅବପାତ

ଭୁବନେଶ୍ୱର: ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ । ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀରତ ଅବପାତ ବାତ୍ୟାର ରୂପ ନେଇଛି । ଏଥିପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶାର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ବାତ୍ୟା ଗୁଲାବ ଘଣ୍ଟାପ୍ରତି ୭…

ପୋଲିସ୍ ହେପାଜତ ମୃତ୍ୟୁ ଅଭିଯୋଗର ଦୁଇଟି ପୃଥକ ତଦନ୍ତ ହେବ

ବରଗଡ଼: ବରଗଡ଼ରେ ପୁଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ତଦନ୍ତ ହେବ।  ଘଟଣାର ଦୁଇଟି ପୃଥକ ତଦନ୍ତ ହେବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଘଟଣାର ଏଚ୍‌ଆର୍‌ପିସି ଓ ନ୍ୟାୟିକ ତଦନ୍ତ ହେବ। ଆସନ୍ତାକାଲି NHRC ଗାଇଡ୍‌ଲାଇନ୍…

ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର ରେ ‌କୁଟିଆ କନ୍ଧ ଜନଜାତିଙ୍କ ସ୍ୱଦେଶୀ ଜ୍ଞାନ ବ୍ୟବସ୍ଥା ଜାଣନ୍ତୁ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ସେପେଫମ୍ବର ୨୬ ତାରିଖ ଦିନ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି କୁଟିଆ…

ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଅସହାୟ ଅବସ୍ଥାରେ ଭାଇଭଉଣୀ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଅସହାୟ ଅବସ୍ଥାରେ ଭାଇଭଉଣୀ ଉଦ୍ଧାର  । ୮ ବର୍ଷର ଭଉଣୀ ସହ ୫ ବର୍ଷର ଭାଇକୁ ଭରତପୁର ପୋଲିସ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଶିଶୁ ଦୁଇଜଣ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ବୋଲି ସୂଚନା ମିଳିଛି । ଉଭୟଙ୍କର ମା'୪ ବର୍ଷ ତଳେ ପ୍ରାଣ…

ମ୍ୟାଙ୍ଗୋ ବର୍ଫି

ଆବଶ୍ୟକ ସାମଗ୍ରୀ ୨୫୦ ଗ୍ରାମ : ଖୁଆ ୧/୪ କପ୍‌ : ଚିନି ୧/୪ କପ୍‌ : ଆମ୍ବ ଅଳ୍ପ : କେସର ଅଳ୍ପ : ଅଳେଇଚ ପାଉଡର ଅଧା ଚାମଚ୍‌ : ପିସ୍ତା ବାଦାମ (କଟା ହୋଇଥିବା) ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ କଡେଇ ଗରମ କରି ଧୀମା ଆଞ୍ଚରେ ଖୁଆକୁ ଭଲଭାବେ ମେଲ୍ଟ ହେବା ପାଇଁ…

ବରଗଡ ପୋଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା

ବରଗଡ଼ : ପୋଲିସ ଉଠାଇ ନେଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ବରଗଡ଼ରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତ୍ୟେକ୍ତ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା କରିବା ସହ ପୋଲିସକୁ ଟେକା ପଥର ଫିଙ୍ଗିଥିଲେ । ଏହାକୁ ନେଇ ପୋଲିସ ଓ ତୋରା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା।…

ଆଜି ଓଡିଶାରୁ ୬୦୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ଓଡିଶାରୁ ଆଉ ୬୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୬୦ ଜଣ , କଟକରୁ ୬୭, ଜଗତସିଂହପୁରରୁ ୩୩, ଯାଜପୁରରୁ ୨୮, ବାଲେଶ୍ବରରୁ ୨୭, ମୟୂରଭଞ୍ଜରୁ ୨୨,…
ବ୍ରେକିଂ