Daily Archives

October 4, 2021

ପାଣ୍ଡୋରା ପେପର ମାମଲା; କେନ୍ଦ୍ର ସରକାର ଯାଞ୍ଚ ଆଦେଶ ଦେଲେ

ନୂଆଦିଲ୍ଲୀ: ଖୋଲିବ ପାଣ୍ଡୋରା ପେଡି । ତେବେ ପାଣ୍ଡୋରା ପେପର ମାମଲାରେ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛି କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ।  ତେବେ ସିବିଡିଟି ଅଧ୍ୟକ୍ଷଙ୍କ ତତ୍ତ୍ବାବଧାନରେ ଏହି ଯାଞ୍ଚ ହେବ । ଏଥିରେ ସିବିଡିଟି, ପ୍ରବର୍ତ୍ତନ…

ସୋସିଆଲ ମିଡ଼ିଆ ସର୍ଭର ଡାଉନ୍; ଫେସବୁକ,ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ୍ କାମ କରୁନାହିଁ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ସର୍ଭର ଡାଉନ୍‌ । ଯାହାଫଳରେ ଫେସବୁକ, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ୍ କାମ କରୁନାହିଁ । ଏହି ତିନିଟି ଯାକ ସାଇଟ୍‌ ଓପନ ହେଉନାହିଁ । ତେଣୁ ୟୁଜରମାନେ ଚିନ୍ତାରେ ପଡିଯିବା ସହ ଲୋକେ ସୋସିଆଲ ମିଡ଼ିଆରୁ କିଛି ଖବର ପାଉନାହାନ୍ତି । ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ…

କଟକରୁ ୩୩ କରୋନା ଆକ୍ରାନ୍ତ ଚିହ୍ନଟ, ୪୫ ସୁସ୍ଥ

କଟକ: କଟକରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳରୁ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୨ ଜଣ କ୍ବାରେଣ୍ଟାଇନରୁ ଓ ୧୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ଅନୁଷ୍ଠାନରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ…

ଆଇପିଏଲ: ଚେନ୍ନାଇ ସୁପର କିଙ୍ଗସକୁ ୧୩୬ ରନରେ ରୋକିଲା ଦିଲ୍ଲୀ

ଦୁବାଇ : ଆଇପିଏଲର ୫୦ତମ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଫଳରେ ଚେନ୍ନାଇ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭର​‌ରେ…

ଅନୁସୂଚତି ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଛାତ୍ର ପ୍ରୋତ୍ସାହନ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ଭର୍ଚୁଆଲ ମୋଡ୍‌ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଛାତ୍ର ପ୍ରୋତ୍ସାହନ ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ରାଜ୍ୟର ୩୨୦ ଜଣ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂ ପବେଶିକା ପରୀକ୍ଷା…

ସାମୁଦ୍ରିକ ଜୁଆରଠାରୁ ଚିଲିକାବାସୀଙ୍କ ସୁରକ୍ଷା ଦିଗରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ମାଳିସାହି ନିକଟରେ ଭାର୍ଗବୀ ନଦୀ ଉପରେ ନିର୍ମାଣାଧୀନ ସେତୁ କାର୍ଯ୍ୟ…

ଗ୍ରାହକ ସେବା କେନ୍ଦ୍ରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

କଟକ: ଦିନ ଦ୍ୱିପ୍ରହରରେ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶି ବନ୍ଧୁକ ଫୁଟାଇ ୧ ଲକ୍ଷ ୨୯ ହଜାର ଟଙ୍କା ଦୁର୍ବୃତ୍ତ ଲୁଟିନେଲେ । କଟକ ପାଗା ଫାଣ୍ଡି ନିକଟ ପୁରୁଷୋତ୍ତମପୁରରେ ଏହି ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ସୋମବାର ମଧ୍ୟାହ୍ନରେ ୨ ଦୁର୍ବୃତ୍ତ ଏକ ବାଇକରେ ଆସି…

ପରିବାର ସହ ବୁଲିବାକୁ ଯାଆନ୍ତୁ ହଦଗଡ଼ ଡ୍ୟାମ

ପର୍ଯ୍ୟଟନ: ବୁଲିବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରେ ଏମିତି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରହିଛି, ଯେଉଁଠାକୁ ସେମାନେ ବୁଲି ଯାଇ ପାରିବେ । ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଥିବା ହଦଗଡ଼ ଡ୍ୟାମକୁ କେବେ ବୁଲିବାକୁ ଯାଇଛନ୍ତି କି? ଯଦି ଯାଇ ନାହାଁନ୍ତି , ତେବେ ଥରେ ଯାଇ…

ସୋୟାବିନ୍ ଦୋ ପ୍ୟାଜା

ଆବଶ୍ୟକ ସାମଗ୍ରୀ ସୋୟାବିନ, ତେଲ, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ପାଓଭାଜି ମସଲା, ଭ୍ରୁସଙ୍ଗ ପତ୍ର, ଧନିଆ ପତ୍ର, ଜିରା, କଂଚା ଲଙ୍କା, ଶୁଖିଲା ଲଙ୍କା, ଚିଲ୍ଲୀ ଫ୍ଲେକ୍ସ, ପିଆଜ, ରସୁଣ, ଅଦା , ଟମାଟୋ । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ…

ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ୮ ଦିନ ବନ୍ଦ ରହିବ

ପୁରୀ : ଚଳିତ ମାସରେ ଭକ୍ତଙ୍କ ଲାଗି ୮ ଦିନ ବନ୍ଦ ରହିବ ଶ୍ରୀମନ୍ଦିର। ଶ୍ରୀମନ୍ଦିର ମାର୍ଗଦର୍ଶିକା ଅନୁସାରେ ସ୍ୱତନ୍ତ୍ର ପର୍ବପର୍ବାଣୀକୁ ନେଇ ଶ୍ରୀ ମନ୍ଦିର ବନ୍ଦ ରହିବ। ଆସନ୍ତା ୬ ତାରିଖରେ ମହାଳୟା, ୧୫ରେ ଦଶହରା ଓ ୨୦ରେ କୁମାରପୂର୍ଣ୍ଣିମାରେ ମନ୍ଦିର ବନ୍ଦ ରହିବ। ଏହି ତିନିଦିନ ସହିତ…
ବ୍ରେକିଂ