ଭୁବନେଶ୍ୱରରୁ ୨୦୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୮୪ ସୁସ୍ଥ

ଭୁବନେଶ୍ଵର:  ରାଜଧାନୀ ଭୁବନେଶ୍ୱରରେ ତଳ ଉପର ହେଉଛି ମହାମାରୀ କରୋନା ସଂକ୍ରମଣ ସଂଖ୍ୟା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରୁ ୨୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୦ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୭ ଜଣ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ ୧୧୧୭୮୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୭୦୫୭ ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବେ ବି ଭୁବନେଶ୍ଵରରେ ୩୬୯୩ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୦୧୪ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ