ଉଦଳା ଉପକାରାଗାରରୁ ୨୧ ଜଣ ବିଚାରାଧୀନ କଏଦୀ କରୋନା ସଂକ୍ରମିତ

ମୟୂରଭଞ୍ଜ  : ମୟୂରଭଞ୍ଜ ଜିଲ୍ଲା ଉଦଳା ଉପକାରାଗାରରୁ ୨୧ଜଣ ବିଚାରାଧୀନ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ତୁରନ୍ତ ସେମାନଙ୍କୁ ଆଇସୋଲସନରେ ରଖାଯାଇଛି । ଏହି ସମୟରେ ଜେଲ୍‌କୁ ପୁରା ସାନିଟାଇଜ୍‌ କରାଯାଇଛି ।

ଉଦଳା ଉପକାରାଗାରରୁ ୭୬ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୧ଜଣ ବିଚାରାଧୀନ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏକ ଡାକ୍ତରୀ ଦଳ ଲଗାତର ଭାବେ ସେମାନଙ୍କୁ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । ସେପଟେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା କଏଦୀ ଓ ଜେଲ୍‌ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯିବ ବୋଲି  ସୂଚନା ମିଳିଛି ।

 

Leave A Reply

Your email address will not be published.

ବ୍ରେକିଂ