ଝାରସୁଗୁଡା ସରକାରୀ ଇଂଜିନିୟରିଂ କଲେଜରୁ ୨୧ ପଜିଟିଭ ଚିହ୍ନଟ

ଝାରସୁଗୁଡା : କରୋନା କବଳରେ ଶିକ୍ଷାନୁଷ୍ଠାନ। ଓଡିଶାରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରୁ କରୋନା ସଂକମଣ ଚିହ୍ନଟ ହେବାରେ ଲାଗିଛି।  ଝାରସୁଗୁଡା ସରକାରୀ ଇଂଜିନିୟରିଂ କଲେଜରୁ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୧ ଚିହ୍ନଟଙ୍କ ମଧ୍ୟରେ ୮ ଛାତ୍ର, ୧୩ ଶିକ୍ଷକ ଓ କର୍ମଚାରୀ ଅଛନ୍ତି।

ସୂଚନାନୁସାରେ , ସଂପୃକ୍ତ ଇଂଜିନିୟରିଂ କଲେଜରୁ ଜଣେ ଆକ୍ରାନ୍ତ ଚିହ୍ନଟ ପରେ ୧୦୦ ଜଣଙ୍କ ସାମ୍ପଲ ନିଆଯାଇଥିଲା। ୧୦୦ଟି ସାମ୍ପଲ ଟେଷ୍ଟ ପରେ ୨୧ ପଜିଟିଭ ସୂଚନା ମିଳିଛି। ପଜିଟିଭ ଚିହ୍ନଟ ମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.

ବ୍ରେକିଂ