ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଗୁରୁବାର ରାଜ୍ୟରୁ ଆଉ ୨୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୮୩୨କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଅନୁଗୋଳରୁ ସର୍ବାଧିକ ୨୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗୀର ଓ ସୁନ୍ଦରଗଡ଼ରୁ ୨୩ ଜଣ ଲେଖାଁଏ, କଟକରୁ ୧୭, ଖୋର୍ଦ୍ଧାରୁ ୧୬, ମୟୂରଭଞ୍ଜରୁ ୧୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 

ସେହିପରି ଯାଜପୁରରୁ ୧୨, ବରଗଡ଼, ନୂଆପଡା ଓ ପୁରୀରୁ ୧୦ ଜଣ ଲେଖାଁଏ ଏବଂ ଝାରସୁଗୁଡା ଓ ସମ୍ବଲପୁରରୁ ୯ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ