ଭୁବନେଶ୍ୱରରୁ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର:  ରାଜଧାନୀ ଭୁବନେଶ୍ୱରରେ ସ୍ଥିର ରହିଛି  ମହାମାରୀ କରୋନା ସଂକ୍ରମଣ ସଂଖ୍ୟା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରୁ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୧୭୫ ଜଣ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ ୧୧୨୦୦୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୭୨୫୦ ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବେ ବି ଭୁବନେଶ୍ଵରରେ ୩୭୧୮ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୦୧୪ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ