ଆଜି ଓଡିଶାରୁ ୨୨୮ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ।ଏହାରି ଭିତରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୨୨୮ ଜଣ କରୋନା ଆକ୍ରାନ୍ତ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ନୂଆପଡ଼ାରୁ ସର୍ବାଧିକ ୪୦ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୩୪ ଜଣ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୨୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।ସେହିପରି କଳାହାଣ୍ଡିରୁ ୨୨ ଜଣ, କଟକରୁ ୧୬, ଅନୁଗୁଳରୁ ୯, ଗଞ୍ଜାମ ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ, ବାଲେଶ୍ୱରରୁ ୬, ବଲାଙ୍ଗିର ଓ ଯାଜପୁରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଏଥିସହ ଢ଼େଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ, ଝାରସୁଗୁଡ଼ା, ନୟାଗଡ଼ ଓ ପୁରୀରୁ ୨ ଜଣ ଲେଖାଏଁ, ଜଗତସିଂହପୁରରୁ ଜଣେ ଓ ଷ୍ଟେଟ୍ ପୁଲରୁ ୬ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୮ ହଜାର ୮୯୦ ଜଣ ଆକ୍ରାନ୍ତ ।

 

Leave A Reply

Your email address will not be published.

ବ୍ରେକିଂ