ଆଜି ଭୁବନେଶ୍ୱରରୁ ୨୩୧ କରୋନା ଆକ୍ରାନ୍ତ ଚିହ୍ନଟ, ୨୪୯ ସୁସ୍ଥ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି  । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୯୧, ୩୫୦ କୁ ବୃଦ୍ଧି ପାଇଛି । ଏନେଇ ବିଏମସି ଟ୍ୱିଟ କରି ସୂଚନା ଦେଇଛି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ୨୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ଵରରେ ମୋଟ ସୁସ୍ଥତା ସଂଖ୍ୟା  ୮୯,୬୪୧ କୁ ବୃଦ୍ଧି ପାଇଛି । ୪୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୧୮ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.

ବ୍ରେକିଂ