ରାଜ୍ୟରୁ ସୁସ୍ଥ ହେଲେ ୨୪୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରୁ ସୁସ୍ଥ ହେଲେ ୨୪୪ ଜଣ କରୋନା ଆକ୍ରାନ୍ତ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ୩ ଲକ୍ଷ୨୬ ହଜାର୨୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ସୁନ୍ଦରଗଡ଼ରୁ ୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧାରୁ ୩୩ଜଣ, ଅନୁଗୁଳରୁ ୨୧ଜଣ, କଟକରୁ ୨୧ଜଣ, ସମ୍ବଲପୁରରୁ୧୯ଜଣ, ବରଗଡ଼ରୁ ୧୮ଜଣ, ବଲାଙ୍ଗୀରରୁ ୧୬ଜଣ, ମୟୁରଭଞ୍ଜରୁ୧୬ଜଣ, ଯାଜପୁରରୁ ୧୧ଜଣ ସୁସ୍ଥ ହୋଇଛନ୍ତି ।

 

ସେହିପରି ବାଲେଶ୍ୱରରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, ନୂଆପଡ଼ାରୁ ୯ଜଣ, ଝାରସୁଗୁଡ଼ାରୁ ୩ଜଣ, କଳାହାଣ୍ଡିରୁ ୩ଜଣ, ଭଦ୍ରକରୁ ୨ଜଣ, ଜଗତସିଂହପୁରରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, କେନ୍ଦୁଝରରୁ ଜଣେ, ନୟାଗଡ଼ରୁ ଜଣେ, ପୁରୀରୁ ଜଣେ ଓ ଷ୍ଟେଟପୁଲରୁ ୯ଜଣ ଲେଖା‌ଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ