ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୨୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି।
ଆଜି ସର୍ବାଧିକ ନୂଆପଡାରୁ ୭୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୫, ବରଗଡରୁ ୨୨, କଟକରୁ ୧୫, ଗଞ୍ଜାମରୁ ୧୦, ବଲାଙ୍ଗୀରି, ପୁରୀ , ସୁନ୍ଦରଗଡରୁ ୯ଜଣ ଲେଖାଏଁ, ବାଲେଶ୍ୱର, କଳାହାଣ୍ଡିରୁ ୮ ଜଣ ଲେଖାଁ, ନବରଙ୍ଗପୁରରୁ ୬, ମୟୂରଭଞ୍ଜ, ସମ୍ବଲପୁରରୁ ୫ଲେଖାଏଁ ସୁସ୍ଥ ହୋଇଛନ୍ତି।
ଏଥିସହ ଯାଜପୁର, କେନ୍ଦୁଝରରୁ ୪ଜଣ ଲେଖାଏଁ, ଅନୁଗୁଳ, ଝାରସୁଗୁଡା , କେନ୍ଦ୍ରାପଡାରୁ ୩ଜଣେ ଲେଖାଏଁ , ଜଗତସିଂହପୁର, କନ୍ଧମାଳରୁ ୨ଜଣ ଲେଖାଏଁ, କୋରାପୁଟ , ରାୟଗଡା , ସୋନପୁର ରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।