ଆଜି ଓଡିଶାରୁ ୨୪୯୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ସୁସ୍ଥ ହେଲେ ଆଉ ୨ ହଜାର ୪୯୨ ଜଣ କରୋନା ଆକ୍ରାନ୍ତ  । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ଟ୍ୱିଟ କରି ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୬୪, କଟକରୁ ୩୭୮, ବାଲେଶ୍ଵରରୁ ୨୨୧, ଯାଜପୁରରୁ ୧୮୦, ନୟାଗଡରୁ ୧୪୭, ପୁରୀରୁ ୧୦୪, ମୟୂରଭଞ୍ଜରୁ ୧୦୧, ଢେଙ୍କାନାଳରୁ ୮୮, ଭଦ୍ରକରୁ ୮୨, ଜଗତସିଂହପୁରରୁ ୭୧, କେନ୍ଦ୍ରାପଡାରୁ ୬୦, ସୁନ୍ଦରଗଡରୁ ୫୯, ଅନୁଗୁଳରୁ ୫୪, କେନ୍ଦୁଝରରୁ ୪୪, କୋରାପୁଟରୁ ୩୨ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡରୁ ୩୦, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୧, ସୋନପୁରରୁ ୨୦, ମାଳାକାନାଗିରିରୁ ୧୯, ରାୟଗଡାରୁ ୧୮, ସମବଲପୁରରୁ ୧୮, ଝାରସୁଗୁଡାରୁ ୧୨, ନବରଙ୍ଗପୁରରୁ ୯, ଦେବଗଡରୁ ୬, ବଲାଙ୍ଗୀରିରୁ ୪, ଗଞ୍ଜାମରୁ ୩, ନୂଆପଡାରୁ ୩, ବୌଦ୍ଧରୁ ୨ ଏବଂ ଷ୍ଟେଟ ପୁଲରୁ ୧୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୩୦ ହଜାର ୪୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ