ବାଲେଶ୍ୱର: ୨୫ଲିଟର ଦେଶିମଦ ଜବତ୍, ୩ ଗିରଫ

ବାଲେଶ୍ୱର: ଜବତ୍ ହେଲା୨୫ଲିଟର ଦେଶିମଦ। ଆଜି ବସ୍ତା ଅବକାରୀ ବିଭାଗ ତରଫରୁ ବସ୍ତା ଥାନା ଅଧୀନ ବିଭିନ୍ନ ସ୍ଥାନରେ ଚଢଉ କରି ୨୫ଲିଟର ଦେଶି ମଦ ସହ ୩ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ  ବସ୍ତା ଥାନା ଅନ୍ତର୍ଗତ ପାରିବିଲ୍ଲା ଗ୍ରାମର ସବିତା ମାଝୀ(୩୫),ନଳବାହାର ଅଞ୍ଚଳର  ଦଳେଇ(୩୦) ଓ ସିଂଲା ଥାନା ଅନ୍ତର୍ଗତ ଗୁହାଳିପଦା ଗ୍ରାମର  ଦୀପକ କୁମାର ଜେନା(୩୨)।

ଉକ୍ତ ଅଭିଯୁକ୍ତମାନଙ୍କଠାରୁ ମୋଟ୍ ୨୫ ଲିଟର ମଦ ଜବତ ହୋଇଛି । ଏହି ଚଢାଉରେ ବସ୍ତା ଅବକାରୀ ବିଭାଗର  ଓ ଆଇ ସି ଲକ୍ଷ୍ମୀସାଧବ ପ୍ରଧାନ,ସେଖ୍ କଲିମ,ହୃଷିକେଶ ବାରିକ ଓ କୁମୁଦିନୀ ସୋ ସାମିଲ ଥିଲେ ।

ଏମାନେ ସଦଳ ବଳେ ଚଢଉ କରି ଉକ୍ତ ତିନି ଅଭିଯୁକ୍ତଙ୍କଠାରୁ ମୋଟ ୨୫ ଲିଟର ମଦ ଜବତ କରି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କେସ ନଂ ୮୮/୨୧, ୮୯/୨୧ ଓ ୯୦/୨୧ରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ