ବୁର୍ଲା ଭିସୁଟର ୨୫ ଛାତ୍ର କରୋନା ପଜିଟିଭ

ସମ୍ବଲପୁର : ଚିନ୍ତା ବଢାଇଲା କରୋନା । ସମ୍ବଲପୁର ବୁର୍ଲା ସ୍ଥିତ ଭିସୁଟ୍ ‌(ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ )ର ୨୫ ଜଣ ଛାତ୍ର  କରୋନାରେ ଆକ୍ରାନ୍ତ ହୋଇଛନ୍ତି । କାଲି ୨୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଆଜି ଜଣେ କରୋନାରେ  ଆକ୍ରାନ୍ତ ହୋଇଛନ୍ତି । ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଛାତ୍ରଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି।

ସେପଟେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଉପଜିଲ୍ଲାପାଳ, ପିଡି ଡିଆରଡିଏ ହଷ୍ଟେଲରେ ସ୍ଥିତି ସମୀକ୍ଷା କରିଛନ୍ତି।

୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସସପେଣ୍ଡ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ