ଦିଲ୍ଲୀରୁ ୨୫୦୦ କୋଟି ଟଙ୍କାର ହେରୋଇନ୍ ଜବତ, ୪ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ମିଳିଛି ବଡ ଧରଣର ସଫଳତା । ଫରିଦାବାଦର ଏକ ଘରୁ ୩୫୪ କିଲୋ ହେରୋଇନ୍ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାର ଆନୁମାନିକ ମୂଲ୍ୟ ୨୫୦୦ କୋଟି ଟଙ୍କାର ହେବ ବୋଲି ଜଣା ପଡିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଆଫଗାନିସ୍ତାନର ହାଜରତ ଅଲି,କାଶ୍ମୀରର ଅନନ୍ତନାଗ ଅଞ୍ଚଳର ରିଜୱାନ ଅହମ୍ମଦ ଓ ଗୁରଜୋତ ସିଂ ଏବଂ ଜଳନ୍ଧର (ପଞ୍ଜାବ)ର ବାସୀନ୍ଦା ଗୁରଦୀପ ସିଂହଙ୍କୁ ଗିରଫ କରାଯାଇଛି । ହେରୋଇନ୍ ସହ ଏଥିରେ ଜବତ ବ୍ୟବହାର କରାଯାଉଥିବା ୧୦୦କେଜି କେମିକାଲ ମଧ୍ୟ ଜବତ ହୋଇଛି ।

ଏହି ହେରୋଇନ୍ ଇରାନର ଛାବାହାର ପୋର୍ଟରୁ ମୁମ୍ବାଇ ଦେଇ ଜାୱାହାର ଲାଲ ନେହରୁ ପୋର୍ଟ ଚୋରା ଚାଲାଣ କରାଯାଉଥିଲା ବୋଲି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ କମିଶନର ନୀରଜ ଠାକୁର କହିଛନ୍ତି । ତେବେ ଏକକାଳିନ ଏତେ ମାତ୍ରାରେ ଡ୍ରଗ୍ସ ଦେଶରେ କେବେବି ଜବତ ହୋଇନଥିବା କୁହାଯାଉଛି ।

Leave A Reply

Your email address will not be published.

ବ୍ରେକିଂ