ରାଜ୍ୟରୁ ସୁସ୍ଥ ହେଲେ ୨୫୫ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରୁ ସୁସ୍ଥ ହେଲେ ୨୫୫ଜଣ କରୋନା ଆକ୍ରାନ୍ତ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦିଆଯାଇଛି । ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ୩ ଲକ୍ଷ୨୯ ହଜାର ୮୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।

ଆଜି ଗଜପତି ଜିଲ୍ଲାରୁ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧାରୁ ୨୩ଜଣ, ବଲାଙ୍ଗୀରରୁ ୧୯ଜଣ, ଅନୁଗୁଳରୁ ୧୬ଜଣ, ଝାରସୁଗୁଡ଼ାରୁ ୧୬ଜଣ, ସମ୍ବଲପୁରରୁ ୧୬ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ବରଗଡ଼ରୁ ୧୫ଜଣ, କେନ୍ଦୁଝରରୁ ୧୩ଜଣ, ମୟୁରଭଞ୍ଜରୁ ୧୨ଜଣ, ଯାଜପୁରରୁ ୧୦ଜଣ, କଟକରୁ ୯ଜଣ, ପୁରୀରୁ ୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସେହିପରି କଳାହାଣ୍ଡିରୁ ୮ଜଣ, ମାଲାକାନଗିରିରୁ ୮ଜଣ, ସୁନ୍ଦରଗଡ଼ରୁ ୮ଜଣ, କୋରାପୁଟରୁ ୬ଜଣ, ରାୟଗଡ଼ାରୁ ୬ଜଣ, ଦେବଗଡ଼ରୁ ୫ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ନୂଆପଡ଼ାରୁ ୪ଜଣ, ବୌଦ୍ଧରୁ ୩ଜଣ, ଢ଼େଙ୍କାନାଳରୁ ୩ଜଣ, ସୁବର୍ଣ୍ଣପୁରରୁ ୩ଜଣ, ବାଲେଶ୍ବରରୁ ୨ଜଣ, ଭଦ୍ରକରୁ ୨ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂହପୁରରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ