ଚୋରା ଚାଲାଣ ବେଳେ ୨୭୧ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡା  : ଚୋରା ଚାଲାଣ ବେଳେ ୨୭୧ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ରାୟଗଡା ଟାଉନ ଥାନା ପୋଲିସ । ଏହି ଗଞ୍ଜେଇ ଏକ ପରିବା ବୋଝେଇ ଭ୍ୟାନରେ ରାୟଗଡାରୁ ବାଲାଶ୍ୱର ଚୋରା ଚାଲାଣ ହେଉଥିଲା । ତେବେ ଏହି ଘଟଣାରେ ଭ୍ୟାନ ଡ୍ରାଇଭର ଅମରେନ୍ଦ୍ର ଦାଶଙ୍କୁ ଗିରଫ କରାଯାଇଛି। ଗିରଫ ଅମରେନ୍ଦ୍ର ଘର ବାଲେଶ୍ୱର ସହରରେ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ,  ଗତକାଲି ବିଳମ୍ବିତ ରାତିରେ ଏକ ପରିବା ବୋଝେଇ ଭ୍ୟାନରେ ପ୍ରାୟ ୧୦ ଟି ବସ୍ତାରେ ଗଞ୍ଜେଇ ପ୍ୟାକିଂ କରି ଚାଲାଣ ହେଉଥିଲା। ସେହି ସମୟରେ ପୋଲିସର ପାଟ୍ରୋଲିଂ ଟିମ ସହରର ସିରିଗୁଡା ଠାରେ ଭ୍ୟାନ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡିରେ ଗଞ୍ଜେଇ ଥିବା ଜଣାପଡିଥିଲା। ତୁରନ୍ତ ଉକ୍ତ ଭ୍ୟାନ ଜବତ କରି ଥାନାକୁ ଆଣି ତନାଘନା କରିଥିଲା ପୋଲିସ ।

ଏହାପରେ ଆଜି ମାଜିଷ୍ଟ୍ରେଟ ଉପସ୍ଥିତିରେ ଓଜନ କରାଯାଇଥିଲା। ଓଜନ ପରେ ସେଥିରେ ୨୭୧ କେଜି ଗଞ୍ଜେଇ ରହିଥିବା ସୂଚନା ଦେଇଛି ପୋଲିସ।

Leave A Reply

Your email address will not be published.

ବ୍ରେକିଂ