ହୀରାକୁଦରେ ୨୮ଟି ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦରେ ବଢୁଛି ଜଳସ୍ତର । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍‌ କର୍ତ୍ତୃପକ୍ଷ ମଙ୍ଗଳବାର ୬ଟି ଗେଟ୍ ଖୋଲିଥିଲା ବେଳେ ବୁଧବାର ବିଭିନ୍ନ ପର୍ଯ୍ୟାୟରେ ଆଉ ୨୨ଟି ଗେଟ୍ ଖୋଲା ଯାଇଛି। ଫଳରେ ବୁଧବାର ରାତି ୮ଟା ସୁଦ୍ଧା ୨୮ଟି ଗେଟ୍‌ ଖୋଲା ଯାଇଥିବା ସୂଚନା ଦେଇଛନ୍ତି। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଆହୁରି ଅଧିକ ଗେଟ୍‌ ଖୋଲାଯାଇପାରେ ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷ କରିଛନ୍ତି।

ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଛି । ଏଥିଯୋଗୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଟରେ ୨ ଲକ୍ଷ ୯୨ ହଜାର ୬୨୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି ।

Leave A Reply

Your email address will not be published.

ବ୍ରେକିଂ