କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ, ୨୯ ମନ୍ତ୍ରୀ ଶପଥ ନେଲେ

ବେଙ୍ଗାଲୁର: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବା ପରେ ଏବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । ବୋମାଇ ସରକାରଙ୍କ ନୂଆ ଟିମରେ ଶପଥ ନେଇଛନ୍ତି ୨୯ ମନ୍ତ୍ରୀ । ରାଜ୍ୟପାଳ ଥାୱାରଚନ୍ଦ ଗେହଲଙ୍କ ଦ୍ୱାରା ରାଜଭବନଠାରେ ନୂଆ ମନ୍ତ୍ରୀମାନଙ୍କ ଶପଥପାଠ ହୋଇଛି । ନୂଆ ମନ୍ତ୍ରୀମଣ୍ଡଳରେ ନୂଆ ପୁରୁଣା ଉଭୟ ମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇଛି ।

ଏଥିରେ ୭ଜଣ ପଛୁଆ ବର୍ଗ, ୩ଜଣ ଅନୁସୂଚିତ ଜାତି , ଜଣେ ଅନୁସୂଚିତ ଉପଜାତି, ୭ ଭୋକାଲିଗାଜ୍, ୮ ଲିଙ୍ଗାୟତ୍, ଓ ରେଡ୍ଡି ସମ୍ପ୍ରଦାୟ ଜଣେ ମହିଳା ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି । ଏହି ମନ୍ତ୍ରୀ ମଣ୍ଡଳରେ କୌଣସି ଉପମୁଖ୍ୟମନ୍ତ୍ରୀ ପଦ ନାହିଁ । ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀମଣ୍ଡଳର ଏହି ତାଲିକା ପ୍ରସ୍ତୁତ ହୋଇଥିଲା । କ୍ୟାନେଟରେ କୌଣସି ଉପମୁଖ୍ୟମନ୍ତ୍ରୀ ପଦ ନରଖିବାକୁ ସେ ନିର୍ଦ୍ଦେଶ ମଧ୍ୟ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ବୋମାଇ ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ