୨ ହାତୀ ଦାନ୍ତ ବେପାରୀଙ୍କୁ କାବୁ କଲା ଏସଟିଏଫ

ଭୁବନେଶ୍ୱର :  ହାତୀ ତାନ୍ତ ବିକ୍ରି ପାଇଁ ଡିଲ୍ କଲା ବେଳେ ଧରା ପଡିଲେ ୨ଜଣ ହାତୀ ଦାନ୍ତ ବେପାରୀ । ୨ ବେପାରୀଙ୍କୁ କାବୁ କରିଛି ଏସଟିଏଫ । ସମ୍ବଲପୁରର ଅଇଁଣ୍ଠାପାଲି ଥାନା ବରେଇପାଲି ଛକ ନିକଟରେ ରେଡ୍ କରି ଏସଟିଏଫ୍ ୨ ଜଣଙ୍କୁ ଗିରଫ କରିବା ସହ ୨ଟି ହାତୀ ଦାନ୍ତ ଜବତ କରିଛି ।

ଗିରଫ ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ଉଲୁଣ୍ଡା ଥାନା ଦିପପାଲି ଗାଁର ହୃଷିକେଶ କୁମ୍ଭାର ଓ ସମ୍ବଲପୁର ଜିଲ୍ଲା କେଉଟିବାହାଲ ଗାଁର ଗୋପାଳ କୃଷ୍ଣ ବୁଡ଼କ  । ଉଭୟଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ ହୋଇଥିବା ବେଳେ ସେମାନେ ଏନେଇ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ । ଉଭୟଙ୍କୁ ଏସଟିଏଫ୍ କୋର୍ଟ ଚାଲାଣ କରିଛି ।

ଏସଟିଏଫ୍ ସେମାନଙ୍କ ବିରୋଧରେ ଆଇପିସି ଧାରା ୩୭୯/୪୧୧, ବନ୍ୟ ଜନ୍ତୁ (ସୁରକ୍ଷା) ଆଇନ୍ ୧୯୭୨ର ଧାରା ୫୧ରେ ମାମଲା ରୁଜୁ କରିଛି । ଜବତ ହୋଇଥିବା ହାତୀ ଦାନ୍ତ କେମିକାଲ୍ ପରୀକ୍ଷା ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠଯିବ ବୋଲି ଏସଟିଏଫ୍ ସୂଚନା ଦେଇଛି । ତେବେ ହାତୀ ଦାନ୍ତ ବିକ୍ରି ଲିଙ୍କର ଚେର କେତ ଦୂର ଲମ୍ବିଛି ସେନେଇ ଛାନଭିନ କରୁଛି ଏସଟିଏଫ।

 

Leave A Reply

Your email address will not be published.

ବ୍ରେକିଂ