ପାଡୁଆ ପୋଲିସ ଦ୍ୱାରା ୩ କ୍ୱିଣ୍ଟାଲ ୯୦୦ କିଲୋ ଗଞ୍ଜେଇ ଜବତ

କୋରାପୁଟ : ପାଡୁଆ ପୋଲିସକୁ ବଡ ସଫଳତା। ଗୁଜରାଟ ଚାଲାଣ ବେଳେ ହାଣ୍ଡିପୁଟ ଛକ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ । ପାଡୁଆ ପୋଲିସ ଦ୍ୱାରା ୩ କ୍ୱିଣ୍ଟାଲ ୯୦୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାରେ ଗୋଟିଏ କାର୍ ମଧ୍ୟ ଜବତ ହୋଇଛି ସେପଟେ ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିବା ଜଣାପଡିଛି

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ନେତୃତ୍ୱରେ ପଡୁଆ ଥାନା ଅଧିକାରୀ ହାଣ୍ଡିପୁଟ ଛକ ନିକଟରେ ନାକାବନ୍ଦୀ କରିଥିଲେ । ଏହି ସମୟରେ ଲମତାପୁଟ ଅଞ୍ଚଳରୁ ଦୃତ ଗତିରେ ଆସୁଥିବା ଏକ କାର ଏବଂ ଟ୍ରକକୁ ପୋଲିସ ଅଟକାଇଥିଲା। ତେବେ ପୋଲିସକୁ ଦେଖି ଗାଡି ଛାଡି ଗଞ୍ଜେଇ ମାଫିଆମାନେ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଛନ୍ତି ।  ଗାଡ଼ି ଯାଞ୍ଚ କରିବାରୁ ଗାଡି ଭିତରୁ ୩ କ୍ୱିଣ୍ଟାଲ ୯୦୦ କିଲୋ ଗଞ୍ଜେଇ ଜବତ ହୋଇଛି ।

 

Leave A Reply

Your email address will not be published.

ବ୍ରେକିଂ