+୩ ଆଡମିଶନ ତାରିଖ ବଦଳିଲା

ଭୁବନେଶ୍ୱର: ଯୁକ୍ତ ତିନି ପ୍ରଥମ ସିଲେକ୍ସନ ଆଡମିଶନ ତାରିଖ ବଦଳାଇଛନ୍ତି ସରକାର । ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇ ୧୬ ପର୍ଯ୍ୟନ୍ତ ଆଡମିଶନ ଚାଲିବ । ପୂର୍ବରୁ ସେପ୍ଟେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରିତ ହୋଇଥିଲା ।

କରୋନା ଲାଗି ରାଜ୍ୟରେ ଶ୍ରେଣୀ ପାଠପଢ଼ା ବନ୍ଦ ରହିଥିବା ବେଳେ ଚଳିତବର୍ଷ ପରୀକ୍ଷା ବାତିଲ କରାଯାଇ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯାଇଛି । ପ୍ରତିବର୍ଷ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ଓ ଯୁକ୍ତ ତିନି ନାମଲେଖା ପ୍ରକ୍ର୍ରିୟା ଶେଷ ହେଉଥିବା ବେଳେ ଚଳିତବର୍ଷ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଛି ।

ପୂର୍ବରୁ ୩ଟି ପର୍ଯ୍ୟାୟ ପରେ ସିଟ୍ ବଳକା ରହୁଥିଲେ ସ୍ପଷ୍ଟ ନାମଲେଖା କରାଯାଉଥିଲା । ଏପରିକି ସ୍ପଷ୍ଟ ନାମଲେଖା ପରେ ଯଦି ବି କେଉଁ କଲେଜରେ ସିଟ୍ ପୁଣି ଖାଲି ପଡୁଥିଲା ତେବେ ସ୍ୱତନ୍ତ୍ର ନାମଲେଖା ବ୍ୟବସ୍ଥାରେ ସମ୍ପୃକ୍ତ ସିଟ୍‌ଗୁଡିକୁ ପୂରଣ କରାଯାଉଥିଲା । ମାତ୍ର ଚଳିତବର୍ଷ କେବଳ ୨ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ କରାଯିବ।

Leave A Reply

Your email address will not be published.

ବ୍ରେକିଂ