କଟକ ମହାନଗରରୁ ସୁସ୍ଥ ହେଲେ ୩ କରୋନା ଆକ୍ରାନ୍ତ‌

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗରରୁ କୌଣସି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ତେବେ, ଆଜି କଟକ ମହାନଗରରୁ ୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗରରେ ସୁସ୍ଥ ସଂଖ୍ୟା ୧୬,୩୮୧ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।

ତଥ୍ୟ ଅନୁଯାୟୀ, ଏଯାବତ୍ କଟକ ମହାନଗରରୁ ୧୬,୩୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି  ୮୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ