ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଜଳ ପ୍ରପାତରେ ବୁଡି ୩ ନିଖୋଜ

ନୂଆପଡ଼ା: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଜଳ ପ୍ରପାତରେ ବୁଡି ୩ ଜଣ ନିଖୋଜ । ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଗୋଧସ ଜଳପ୍ରପାତରେ ଆଜି ସନ୍ଧ୍ୟାରେ ଏହ ଅଭାବନୀୟ ଘଟଣା ଘଟିଛି । ନିଖୋଜ ବ୍ୟକ୍ତିମାନେ ବିଦେଶୀ ମଦ ଦୋକାନ କର୍ମଚାରୀ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ନିଖୋଜ ବ୍ୟକ୍ତିମାନେ ‌ହେଲେ ନିଲେଶ ସିଂ , ଅମିତ କୁମାର ଗୁପ୍ତା ଏବଂ ରାଜକୁମାର ଗୁପ୍ତା ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ସ୍ଥାନୀୟ ଏକ ମଦ ଦୋକାନର ୩ ଜର କର୍ମଚାରୀଙ୍କ ସମେତ ମୋଟ ୫ ଜଣ ବ୍ୟକ୍ତି ଗଧୋସ ଜଳପ୍ରପାତକୁ ଯାଇଥିଲେ । ଏଥିରୁ ଦୁଇ ଜଣ ‌ଲୋକ ବାହାରେ ଥିବା ବେଳେ ଅନ୍ୟ ତିନି ଜଣ ପାଣି ଭିତରକୁ ପଶିଥିଲେ । ତିନିଜଣ ଗାଧେଇବା ବେଳେ ଭଉଁରିରେ ପଡି ଭିତରକୁ ପଶି ଯାଇଥିଲେ । ତେବେ ବାହାରେ ଥିବା ଅନ୍ୟ ୨ ଜଣ ଚିତ୍କାର କରି ଡାକ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ପାଖରେ ଥିବା ଲୋକ ପହଞ୍ଚି ବହୁତ ଖୋଜାଖୋଜି କରିଥିଲେ ହେଲେ ସନ୍ଧ୍ୟା ହେବାରୁ ଆଉ ପାଇନଥିଲେ । ପରେ ଅଗ୍ନିଶମ ବିଭାଗ ପହଞ୍ଚ ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ