ମହିଳାଙ୍କୁ ଅସଦାଚରଣ କରି ୩ ଗିରଫ

ଦେବଗଡ: ମହିଳାଙ୍କୁ ଅସଦାଚରଣ ଓଦମ୍ପତିଙ୍କୁ ହତ୍ୟା ଧମକ । ୩ ଯୁବକ ଗିରଫ ହୋଇଥିବା ଜଣାପଡିଛି । ଦେବଗଡ଼ ଥାନା ଅନ୍ତର୍ଗତ ଗଇଲୋ  ଗ୍ରାମରେ ଘରେ ଏକୁଟିଆ ଥିବା ସମୟରେ ଜଣେ ମହିଳାଙ୍କୁ ଅସଦାଚରଣ କରିବାସହ ଦମ୍ପତିଙ୍କୁ ହତ୍ୟା ଧମକ ଦେଇଥିଲେ । ଏନେଇ ସୀତା ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ବୁଧବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଗଇଲୋ ଗ୍ରାମର ପୁଟ ପଥୁରିଆଙ୍କ ସ୍ତ୍ରୀ ସୀତା ପଥୁରିଆ ନିଜ ଘରେ ଏକୁଟିଆ ଥିବା ସମୟରେ ଉକ୍ତ ଗ୍ରାମର ଉମାକାନ୍ତ ପାତ୍ର ,ପୁଅ ବିଜୟ ପାତ୍ର ଓ ରାଜ କୁମାର ପାତ୍ର ହାତରେ କୁରାଢ଼ୀ ଓ ଭୁଜାଲି ଧରି ସେଠାରେ ପହଂଚିବା ସହ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ ପ୍ରଦର୍ଶନ କରିଥିଲେ ।

ଏଥିସହ ସୀତା ଓ ତାଙ୍କ ସ୍ୱାମୀଙ୍କୁ ହତ୍ୟା ଧମକ ଦେଇଥିଲେ । ଏହାପରେ ଗଇଲୋ ଘାଟି ନିକଟରେ ସ୍ୱାମୀ ପୁଟଙ୍କୁ ମରଣାନ୍ତକ ଆକ୍ରମଣ କରୁଥିବା ବେଳେ ପୁଟ କୌଶଳ କ୍ରମେ ସେଠାରୁ ଖସି ଆସିଥିଲେ । ଏନେଇ ଶନିବାର ସୀତା ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ