ରାଷ୍ଟ୍ରିୟ କିଷାନ ମଜଦୁର ମହାସଂଘ ପକ୍ଷରୁ ୩ ଘଣ୍ଟିଆ ଚକାଜାମ ଆନ୍ଦୋଳନ
ମାଲକାନଗିରି : କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ଆଜି ସାରା ଦେଶରେ ଚକାଜାମ୍ ଡାକରା ଦେଇଛନ୍ତି । ଆଜି ଦିନ ୧୨ଟାରୁ ଏହି ଚକାଜାମ୍ ଆନ୍ଦୋଳନ ଆରମ୍ଭ ହୋଇଛି । ଏହାକୁ ସମର୍ଥନ କରି ମାଲକାନଗିରି ରାଷ୍ଟ୍ରିୟ କିଷାନ ମଜଦୁର ମହାସଂଘ ପକ୍ଷରୁ ଦିନ ୧୨ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚକାଜାମ ଆନ୍ଦୋଳନ କରାଯାଇଛି ।
ମାଲକାନଗିରି ସଦର ମହକୁମା ବାଲିମେଳା ଛକ ନିକଟରେ ଚାଷୀମନେ ରାସ୍ତା ଅବରୋଧ କରି ଉଭୟ ପକ୍ଷରୁ ଯାନବାହନକୁ ଅଟକାଇଦେଇଥିଲେ। ଫଳରେ ଯାନବାହାନ ଚଳ।ଚଳ ସମ୍ପୂର୍ଣ୍ଣ ଠପ ହୋଇପଡିଥିଲ। । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଚାଷୀ ମନେ ଆସି ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।
କୃଷି ଆଇନକୁ ବାତିଲ,କୃଷିକ୍ଷେତରୁ କର୍ପୋରେଟ ହଟାଓ,ଶ୍ରମିକ ଛଟେଇ ବନ୍ଦ କର, ଶିକ୍ଷା,ସ୍ୱାସ୍ଥ୍ୟ,ବିଜୁଳିକୁ ଘୋରାଇ କରଣ ବନ୍ଦ କରାଯିବା ଦାବି ନେଇ ଆନ୍ଦୋଳନ କରିଥିଲେ । ଏଥିରେ କୃଷକ ନେତା ବ।ଲରାଜ ଗେମ୍ବଲ,ଘେନୁ ମୁଦୁଲି,ସୋନୁ ଅନୁଗୁ,ପ୍ରାଣକୃଷ୍ଣ ମଣ୍ଡଳ,ପ୍ରମୁଖ ଚାଷୀ ନେତା ମାନେ ସାମିଲ ରହିଥିଲେ । ଏହାକୁ ସମର୍ଥନ କରି କଂଗ୍ରେସ,ସି ପି ଆଇଏମ ଦଳ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।