ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ମୃତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ବରେଇପାଲି ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତାହତ ସମସ୍ତେ ସମ୍ବଲପୁର ହୀରାକୁଦ ସନ୍ତୋଷୀ ଛକ ଅଂଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଦୁଇଟି ବାଇକରେ ୪   ଜଣ ଯୁବକ ବିଳମ୍ବିତ ରାତ୍ରିରେ ସମ୍ବଲପୁରରୁ ବୁର୍ଲା ଅଭିମୁଖେ ଯାଉଥିଲେ । ଏହି ସମୟରେ ସମ୍ନାପଟୁ ଆସୁଥିବା ଏକ  ଟ୍ରକ୍ ସେମାନଙ୍କ ଉପରେ ଚଢିଯାଇଥିଲା । ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣେ ଗୁରୁତର  ଚିକିତ୍ସାଧୀନ ଅଵସ୍ଥାରର ଅଛନ୍ତି ।

Leave A Reply

Your email address will not be published.

ବ୍ରେକିଂ