କଟକ ମହାନଗରରୁ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ
କଟକ: ଗତ୨୪ ଘଣ୍ଟାରେ କଟକ ମହାନଗରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମଣ ରହିଛନ୍ତି ।ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୩୫୭ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।
#COVID19 update in Cuttack city (CMC area)
Out of the 6 new COVID19 +ve cases reported today in #Cuttack district, 3 +ve cases belong to Cuttack city (CMC area).
Another 4 recoveries have been reported recently! KUDOS to all doctors & healthcare staff. pic.twitter.com/vqVE1kIn1f
— CMC,Cuttack (@CMCCuttack) February 3, 2021
ଅନ୍ୟପକ୍ଷରେ, ଆଜି କଟକ ମହାନଗରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗରରେ ମୋଟ ସୁସ୍ଥ ସଂଖ୍ୟା ୧୬,୨୧୭ ରେ ପହଞ୍ଚିଛି । ତେବେ, ଏଯାବତ୍ କଟକ ମହାନଗରରୁ ୮୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୫୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି