୨୪ ଘଣ୍ଟାରେ କଟକ ମହାନଗରରୁ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ
କଟକ: ଗତ ୨୪ ଘଣ୍ଟାରେ ଆଜି କଟକ ମହାନଗରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଙ୍ଗରୋଧରୁ ଥିବାବେଳେ ଜଣେ ସ୍ଥାନୀୟ ସଂକ୍ରମଣ ଅଛନ୍ତି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୨୭୮ ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।
#COVID19 update in Cuttack city (CMC area)
Out of the 4 new COVID19 +ve cases reported today in #Cuttack district, 3 +ve cases belong to Cuttack city (CMC area).
Another 3 recoveries have been reported recently! KUDOS to all doctors & healthcare staff. pic.twitter.com/2IfNJz4ibd
— CMC,Cuttack (@CMCCuttack) January 16, 2021
ଅନ୍ୟପକ୍ଷରେ ଆଜି କଟକ ମହାନଗରରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗରରେ ମୋଟ ସୁସ୍ଥ ସଂଖ୍ୟା ୧୬,୧୬୧ ରେ ପହଞ୍ଚିଛି । ସେହିପରି କଟକ ମହାନଗରରୁ ୮୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।