ଅଟୋକୁ ଧକ୍କା ଦେଲା ଡମ୍ପର, ଗୋଟିଏ ପରିବାରର 3 ସଦସ୍ଯଙ୍କ ମୃତ୍ଯୁ

ବୌଦ୍ଧ : ସଡ଼କ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୩ ସଦସ୍ୟଙ୍କ ଜୀବନ । ବୌଦ୍ଧ ଜିଲା ମାନମୁଣ୍ଡା – କଣ୍ଟାମାଳ ରାସ୍ତା ଗୋପାଳମାଳ ଛକ ନିକଟରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଟୋକୁ ପିଚୁ ବୋଝେଇ ଡମ୍ପର ଧକ୍କା ଦେବା ଫଳରେ ମାଆ, ପୁଅ ଓ ଝିଅର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଫଗୁନାମାଲ୍ ଗାଁର ଅଟୋ ଚାଳକ ନିଜ ସମ୍ପର୍କୀୟଙ୍କୁ ନେଇ ମନମୁଣ୍ଡାରୁ କଣ୍ଟାମାଳ ଅଭିମୁଖେ ଆସୁଥିଲେ । ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ପିଚୁ ବୋଝେଇ ଡମ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଘଟଣାସ୍ଥଳରେ ଅଟୋରେ ଥିବା 3 ସଦସ୍ଯଙ୍କର ମୃତ୍ଯୁ ହୋଇଛି । ସେପଟେ ଗୁରୁତର ଅବସ୍ଥାରେ ଅଟୋ ଚାଳକଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଡମ୍ପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

ବ୍ରେକିଂ