ରସୁଲଗଡରେ ଅଗ୍ନିକାଣ୍ଡ: ଜଳିଗଲା ୩ଟି ଦୋକାନ

ଭୁବନେଶ୍ୱର: ରସୁଲଗଡ ସ୍ଥିତ ସାହାରା କ୍ୟାମ୍ପସରେ ଅଗ୍ୱିକାଣ୍ଡ ।  ଜଳିଗଲା ୩ଟି ଦୋକାନ । ରସୁଲଗଡ ସ୍ଥିତ ସାହାରା କ୍ୟାମ୍ପସରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଆଜି ଅପରାହ୍ନରେ ଗୋଟିଏ ଦୋକାନରୁ ନିଆଁ ଲାଗି ଆଉ ଦୁଇ ଦୋକାନକୁ ନିଆଁ ବ୍ୟାପିଯାଇଥିଲା । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି। ଦମକଳ ବାହିନୀଙ୍କ ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଛି ।

ଦୋକାନ ଗୁଡ଼ିକରେ ଗାଡ଼ି ମୋଟର୍ସ ସ୍ପେୟାର ପାଟର୍ସ ବିକ୍ରି ହେଉଥିଲା ବୋଲି ଜଣା ପଡିଛି । ତେବେ ଉଚିତ୍ ସମୟରେ ଦମକଳ ବାହିନୀ ପହଞ୍ଚିଯିବାରୁ ପାଖରେ ଥିବା ଦୋକାନଗୁଡିକ ନିଆଁରୁ ବର୍ତ୍ତିଯାଇଛି।

Leave A Reply

Your email address will not be published.

ବ୍ରେକିଂ