ଆଜି ଭୁବନେଶ୍ୱରରୁ ପୁଣି ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଚିନ୍ତା ବଢାଉଛି ରାଜଧାନୀ। ଆଜି ପୁଣି ଭୁବନେଶ୍ୱରରୁ ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୬୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୪୫ ଜଣ ଲୋକାଲ କେସ ବୋଲି ଜଣାପଡିଛି ।

ଆଚାର୍ଯ୍ୟ ବିହାର, ବଡଗଡ, ବରମୁଣ୍ଡା, ବିଜେବି ନଗର, ଚନ୍ଦ୍ରଶେଖରପୁର, ଚିନ୍ତାମଣିଶ୍ୱର, ମଞ୍ଚେଶ୍ୱର, ଜାଗମରା କଳ୍ପନା ଛକ, ପାତ୍ର ପଡା, ଖଣ୍ଡଗିରି, ଶୈଳଶ୍ରୀ ବିହାର ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଭୁବନେଶ୍ୱରରେ କରୋନା ସଂଖ୍ୟା ଚିନ୍ତାଜନକ ହୋଇଛି ।

ନୂଆ ଆକ୍ରାନ୍ତକୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୮୯୦ରେ ପହଞ୍ଚିଛି । ସେହିପରି ମୋଟ ୩୨ ହଜାର ୬୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ୯୮୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁ ହୋଇଛି।

Leave A Reply

Your email address will not be published.

ବ୍ରେକିଂ