ଆଜି ଓଡିଶାରୁ ୩୧୨୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୧୨୦ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କଟକରୁ ସର୍ବାଧିକ ୫୯୫ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ତା ପଛକୁ ଖୋର୍ଦ୍ଧାରୁ ୫୪୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଦୁଇଟି ଜିଲ୍ଲା ଯାଜପୁର ୨୦୪ ଓ ବାଲେଶ୍ୱରରୁ ୨୫୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଅନ୍ୟପଟେ ମୟୂରଭଞ୍ଜରୁ ୧୯୩, ପୁରୀ ୧୭୯, ଭଦ୍ରକ ୧୪୪, ନୟାଗଡ଼ ୧୦୪, ଜଗତସିଂହପୁର ୮୭, କୋରପାଟୁ ୭୭ ଓ କେନ୍ଦ୍ରାପଡ଼ାରୁ ୭୬ ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ସେହିପରି ଅନ୍ୟ ଜିଲ୍ଲାରୁ ବି କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଷ୍ଟେଟ୍‌ ପୁଲରୁ ଆଜି ୯୭ ଜଣ ଆରୋଗ୍ୟ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୯୦୯୬୩୯ ହୋଇଛି।

Leave A Reply

Your email address will not be published.

ବ୍ରେକିଂ