ଆଜି ଭୁବନେଶ୍ୱରରୁ ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ, ୩୩୯ ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିମଗ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୭ଜଣ କ୍ବାରେଣ୍ଟାଇନରୁ ଥିବା ବେଳେ ୨୪୯ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି।

ସେହିପରି ଆଜି ୩୩୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜଧାନୀରୁ ବର୍ତ୍ତମାନ ସୁଦ୍ଧା ୯୨୦୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୭୦୭ ରେ ପହଞ୍ଚିଥିବା ବେଳେ ୧୧୫୭ ଟି ସକ୍ରିୟ ମାମଲା ରହିଛି। ୫୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଇଛି।

Leave A Reply

Your email address will not be published.

ବ୍ରେକିଂ