ରାଜ୍ୟରେ ଟିକାକରଣର ଦ୍ୱିତୀୟ ଦିନରେ ୩୨ ହଜାର ୫୨୬ ଜଣ ନେଲେ କରୋନା ଟିକା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଦ୍ୱିତୀୟ ଦିନର ଟିକାକରଣ ହୋଇଛି । ଆଜି ସାରା ରାଜ୍ୟରେ ଦ୍ୱିତୀୟ ଦିନର ଟିକାକରଣ ପାଇଁ ୩୮୦ଟି କେନ୍ଦ୍ରରେ ବ୍ୟବସ୍ଥା ହୋଇଥିଲା । ମାତ୍ର ୩୭୫ଟି କେନ୍ଦ୍ରରେ ଟିକାକରଣ ସମ୍ଭବ ହୋଇପାରିଛି ।  ତେବେ, ଦ୍ୱିତୀୟ ଦିନରେ ୩୧ ହଜାର ୯୦୨  ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ମଙ୍ଗଳବାର ଟିକାକରଣର ଶେଷ ସୁଦ୍ଧା ରାଜ୍ୟରେ ୩୨ ହଜାର ୫୨୬ ଜଣଙ୍କୁ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ  ସୂଚନା ମିଲିଛି । ତଥ୍ୟ ଅନୁଯାୟୀ, ଟିକାକରଣର ଦ୍ୱିତୀୟ ଦିନରେ ଖୋର୍ଦ୍ଦା ଜିଲ୍ଲାର ୫୫ଟି କେନ୍ଦ୍ରରେ ସର୍ବାଧିକ ୩୦୯୨୯ ଜଣଙ୍କୁ ଟିକା ଦିଆଯିବା ପାଇଁ ଲକ୍ଷ ରଖାଯାଇଥିଲା ।

ଆଜି ଟିକାକରଣର ଶେଷ ସୁଦ୍ଧା ଖୋର୍ଦ୍ଦା ଜିଲ୍ଲାରେ ୩୭୬୧ ଜଣଙ୍କୁ ଟିକା ଦିଆଯାଇଛି । ତେବେ, ରାଜ୍ୟର ବାଲେଶ୍ୱର, ବରଗଡ, ଭଦ୍ରକ, ବୌଦ୍ଧ, ଦେଓଗଡ, ଢେଙ୍କାନାଳ,ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ମୟୁରଭଞ୍ଜ, ସମ୍ବଲପୁର, ସୋନପୁରରେ ୧୦୦ ଶତକଡାରୁ ଅଧିକ ଟିକାକରଣ ହୋଇଥିବା ସୂଚନା ମିଳିଛି । ତଥ୍ୟ ଅନୁଯାୟୀ, ସାରା ରାଜ୍ୟରେ ଟିକାକରଣର ପ୍ରଥମ ଦିନରେ ୧୦୨ ଶତକଡା ଟିକାକରଣ ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ୧୬ ଜାନୁଆରୀରେ ୧୬୧ଟି କେନ୍ଦ୍ରରେ ପ୍ରଥମ ଦିନର କୋଭିଡ୍ ଟିକାକରଣ ହୋଇଥିଲା । ସାରା ରାଜ୍ୟରେ ଶନିବାର ୧୩ ହଜାର ୯୮୦ ଜଣଙ୍କୁ ଟିକା ଦିଆଯାଇଥିଲା । ପ୍ରଥମ ଦିନରେ  ରାଜ୍ୟରେ ୮୫ ଶତକଡା ଟିକାକରଣ ହୋଇଥିଲା ।

Leave A Reply

Your email address will not be published.

ବ୍ରେକିଂ