ଆଜି ଓଡିଶାରୁ ୩ ହଜାର ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୩ ହଜାର ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି।

ଆଜି କଟକ ଓ ଖୋର୍ଦ୍ଧାରୁ ସର୍ବାଧିକ ୪୬୭ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁରରୁ ୨୬୭, ବାଲେଶ୍ବରରୁ ୨୪୬, ଭଦ୍ରକରୁ ୧୯୯, ପୁରୀରୁ ୧୮୬, ଜଗତସିଂହପୁରରୁ ୧୬୨, ମୟୂରଭଞ୍ଜରୁ ୧୩୭, ଅନୁଗୁଳରୁ ୧୧୬, ନୟାଗଡରୁ ୧୦୭, ସୁନ୍ଦରଗଡରୁ ୯୦, ବରଗଡରୁ ୬୮, କେନ୍ଦ୍ରାପଡାରୁ ୬୮, ଢେଙ୍କାନାଳରୁ ୬୨, ନବରଙ୍ଗପୁରରୁ ୫୮, ରାୟଗଡାରୁ ୫୮, ମାଲକାନାଗିରିରୁ ୫୭ ଜଣ ସୁସ୍ଥ ହୋଇଛନ୍ତି।

ଏହାସହ କେନ୍ଦୁଝରରୁ ୫୪, ସୋନପୁରରୁ ୪୩, ସମ୍ବଲପୁରରୁ ୨୭, ବୌଦ୍ଧରୁ ୨୫, କନ୍ଧମାଳରୁ ୨୪, ଗଜପତିରୁ ୨୦, କଳାହାଣ୍ଡିରୁ ୨୦, ଗଞ୍ଜାମରୁ ୧୮, ବଲାଙ୍ଗୀରିରୁ ୧୬, ନୂଆପଡାରୁ ୯, ଝାରସୁଗୁଡାରୁ ୯, ଦେବଗଡରୁ ୫ ଏବଂ ଷ୍ଟେଟ ପୁଲରୁ ୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୮୪ ହଜାର ୨୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ