ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌, ଆଜି ସୁସ୍ଥ ହେଲେ ୩୨୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର:  ଆଜି ଓଡିଶାରୁ ସୁସ୍ଥ ହେଲେ ୩୨୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୫ ହଜାର ୪୩୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।

ସୁନ୍ଦରଗଡରୁ ସର୍ବାଧିକ ୭୧ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୪୦, ସମ୍ବଲପୁରରୁ ୩୧, ପୁରୀରୁ ୨୯, ଖୋର୍ଦ୍ଧାରୁ ୨୨, ବାଲେଶ୍ୱରରୁ ୧୭, ବଲଗଡରୁ ୧୭, ଭଦ୍ରକରୁ ୧୨, କଟକରୁ ୧୦, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୧୦, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୭, କଳାହାଣ୍ଡିରୁ ୬, ନୂଆପଡାରୁ ୬, ଝାରସୁଗୁଡାରୁ ୫, ବଲାଙ୍ଗୀରରୁ ୪, ଜଗତସିଂପୁରରୁ ୪, ଦେବଗଡରୁ ୩, ଗଞ୍ଜାମରୁ ୩, ନୟାଗଡରୁ ୨, ରାୟଗଡାରୁ ୨, ବୌଦ୍ଧ, ଢେଙ୍କାନାଳ, ଗଜପତି, କନ୍ଧମାଳ, ମାଲକାନଗିରି, ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୬୨୧କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୮୭୩ ରେ ପହଞ୍ଚିଛି।

Leave A Reply

Your email address will not be published.

ବ୍ରେକିଂ