ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଶିକ୍ଷକଙ୍କୁ 5T ଛାଟ । କାର୍ଯ୍ୟରେ ଅବହେଳା ଓ ଦୁର୍ନୀତି ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର । ପ୍ରାଥମିକ ବିଦ୍ୟାଳୟର ୧୫ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ୧୯ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ପୂର୍ବରୁ ଅନେକ ବଡ଼ ବଡ଼ ଅଧିକାରୀଙ୍କୁ 5T ଛାଟ ପଡ଼ିଛି । ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେ କିରାଣୀ ହୁଅନ୍ତୁ କି ବଡ଼ ଅଫିସର୍‌ ସମସ୍ତଙ୍କ ଉପରେ 5T ଛାଟ ବାଜିଛି ଆଉ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ଓଡ଼ିଶା ସରକାର ଆରମ୍ଭ କରିଥିବା 5T କାର୍ଯ୍ୟକ୍ରମର ପ୍ରଭାବକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସବୁ ଅଧିକାରୀ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବେ । ଖାଲି ସେତିକି ନୁହେଁ ଲୋକଙ୍କ କାମକୁ ନିର୍ଦ୍ଧାରିତ ସମୟରେ ସାରିବାର ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ସରକାର ଏହାର ଖିଲାପକାରୀଙ୍କ ବିରୋଧରେ ଯେ, ଏତେ କଠୋର ହୋଇପାରନ୍ତି ତାର ପ୍ରମାଣ ମଧ୍ୟ ମିଳିଛି ।

କାମରେ ଅବହେଳା କିମ୍ୱା ଦୁର୍ନୀତିର ଗନ୍ଧ ଆସିଲେ ବ୍ଲକ୍ ଓ ଜିଲ୍ଲାସ୍ତରର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ବର୍ଷକ ମଧ୍ୟରେ ୧୦୦ରୁ ଅଧିକ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି।

Leave A Reply

Your email address will not be published.

ବ୍ରେକିଂ