ବର୍ତ୍ତମାନ ପାଇଁ ତୃତୀୟ ଲହର କେବଳ ଆକଳନ ମାତ୍ର: ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର  : କରୋନା ତୃତୀୟ ଲହର ନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ବର୍ତ୍ତମାନ ପାଇଁ ତୃତୀୟ ଲହର କେବଳ ଆକଳନ ମାତ୍ର। ତା ଅର୍ଥ ନୁହେଁ କି ତୃତୀୟ ଲହର ଓଡ଼ିଶାକୁ ଆସିବନି। ୩ୟ ଲହରରେ କୋଭିଡ ଗାଇଡଲାଇନ ଓ ଭ୍ୟାକ୍ସିନେସନକୁ ଗୁରୁତ୍ୱ ଦିଆଯିବ । ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଡିଏମଇଟି ସିବିକେ ମହାନ୍ତି  କହିଛନ୍ତି । 

ମହାରାଷ୍ଟ୍ର ସରକାରଙ୍କ ଚେତାବନୀ ପରେ ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି  ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି। କୋଭିଡ ନିୟମ ମାନିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ଟିକାକରଣକୁ ଜୋରଦାର କରାଯାଇଛି । ଅଧିକ ଲୋକ ସଂକ୍ରମଣ ଆଶଙ୍କାରେ ଭିତ୍ତିଭୂମି ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି  ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବଢ଼ିବା ନେଇ ଡିଏମଇଟି କହିଛନ୍ତି ଯେ, କୌଣସି ଜିନିଷ ନିର୍ଦ୍ଧିଷ୍ଟ ନୁହେଁ । ସବୁ ରୋଗରେ ଏଭଳି ଟ୍ରେଣ୍ଡ ଦେଖାଯାଏ । ସଂକ୍ରମଣ ଏମିତି କମ୍ ବେଶି ହୋଇଥାଏ । ତଥାପି ଆମେ କହିପାରିବା, ଦିନକୁ ଦିନ ସଂକ୍ରମଣ ତଳକୁ ଖସୁଛି । ଡେଲ୍ଟା ଭାରିଏଣ୍ଟ ଦେଶରେ ବହୁତ କମ ଦେଖିବାକୁ ମିଳିଛି । ସାଧାରଣତଃ ଶିଶୁମାନେ ପ୍ରାୟତଃ କମ ସଂକ୍ରମିତ ହୋଇଥାନ୍ତି । ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ବୋଲି ସେ କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ