ସଡକ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ

କେନ୍ଦୁଝର : କେନ୍ଦୁଝର ପଣ୍ଡାପଡା ଥାନା ସୋମଗିରି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବୋଲେରୋ  ଭାରସାମ୍ୟ ହରାଇ ରାସ୍ତାରୁ ୧୦ଫୁଟ ତଳକୁ ଖସି ପଡିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି  । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ବୋଲେରୋଟି ମୟୂରଭଞ୍ଜରୁ କେନ୍ଦୁଝରର ହରିଚନ୍ଦନପୁର ଅଭିମୁଖେ ଆସୁଥିଲା । ଏହି ସମୟରେ ପଣ୍ଡାପଡା ଥାନା ସୋମଗିରି ନିକଟରେ ଭାରସାମ୍ୟ ହରାଇ ପ୍ରଥମେ ଗଛରେ ପିଟି ହୋଇଥିଲା  । ଏହାପରେ ରାସ୍ତାରୁ ୧୦ଫୁଟ ତଳକୁ ଖସି ପଡିଥିଲା । ଦୁର୍ଘଟଣରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି  ।

ସେପଟେ ଦୁର୍ଘଟଣାପରେ ପଣ୍ଡାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ।

 

Leave A Reply

Your email address will not be published.

ବ୍ରେକିଂ