ଭୁବନେଶ୍ୱରରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଭୁବନେଶ୍ୱର ମହାନଗରରେ ମଧ୍ୟ ଆଗ ଅପେକ୍ଷା ଖୁବ କମ୍ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ଜଣ ଓ ସ୍ଥାନୀୟ ସଂକ୍ରମଣ ୨ ଜଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୮୪କୁ ବୃଦ୍ଧି ପାଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।
Update on newly detected #COVID19 cases in the last
24 hrs under the BMC area on 16th Jan (till 9am). pic.twitter.com/PcJ75C0vyq— BMC (@bmcbbsr) January 16, 2021
ରିପୋର୍ଟ ଅନୁଯାୟୀ, ଆଜି ୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୧୮ରେ ପହଞ୍ଚିଛି । ଏଯାବତ୍ ୨୪୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧ ଜଣ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ।