କଟକ ମହାନଗରରୁ ଚିହ୍ନଟ ହେଲେ ଆଉ ୪  କରୋନା ଆକ୍ରାନ୍ତ‌, ସୁସ୍ଥ ହେଲେ ୨

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ୪ ନୂଆ  ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନରୁ ଥିବାବେଳେ ୩ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି ।

ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୩୫୦ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ  ଆଜି କଟକ ମହାନଗରରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ଆଜିର ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗରରେ ମୋଟ ସୁସ୍ଥ ସଂଖ୍ୟା ୧୬,୨୦୬ ରେ ପହଞ୍ଚିଛି ।

ତେବେ, ଏଯାବତ୍ କଟକ ମହାନଗରରୁ ୮୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି

Leave A Reply

Your email address will not be published.

ବ୍ରେକିଂ