କଟକ ମହାନଗରରୁ ଚିହ୍ନଟ ହେଲେ ଆଉ ୪ କରୋନା ଆକ୍ରାନ୍ତ
କଟକ: ଗତ ୨୪ ଘଣ୍ଟାରେ ଆଜି କଟକ ମହାନଗରରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନରୁ ଥିବାବେଳେ ୩ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୨୯୬ ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।
#COVID19 update in Cuttack city (CMC area)
Out of the 6 new COVID19 +ve cases reported today in #Cuttack district, 4 +ve cases belong to Cuttack city (CMC area).
Another 2 recoveries have been reported recently! KUDOS to all doctors & healthcare staff. pic.twitter.com/C8PfVx5Dx8
— CMC,Cuttack (@CMCCuttack) January 21, 2021
ଅନ୍ୟପକ୍ଷରେ ଆଜି କଟକ ମହାନଗରରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗରରେ ମୋଟ ସୁସ୍ଥ ସଂଖ୍ୟା ୧୬,୧୭୪ ରେ ପହଞ୍ଚିଛି । ସେହିପରି କଟକ ମହାନଗରରୁ ୮୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।