୫୦ ଲକ୍ଷର ଗଞ୍ଜେଇ ଜବତ୍ , ୨ ଗିରଫ୍

ଜୟପୁର: କୋବି ବୋଝେଇ ଟ୍ରକ୍ ଭିତରୁ ଗଞ୍ଜେଇ ଜବତ୍ । ଜୟପୁର ସଦର ଥାନା ପାତ୍ରପୁର ବ୍ରିଜ୍ ନିକଟରୁ ଏକ କୋବି ବୋଝେଇ ଟ୍ରକ୍ ଭିତରୁ ୪୯୪  କେଜି ଗଞ୍ଜେଇ ଜବତ୍ କରାଯାଇଛି । ଜବତ୍ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ସଦର ପୋଲିସ୍  ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ୍ କରିଛି । ଗିରଫ୍ ଅଭିଯୁକ୍ତଦ୍ୱୟ ହେଲେ ଝାଡଖଣ୍ଡ ରାଞ୍ଚିର ଦିଲ୍ଲିପ୍ କୁମାର ରଏ (୩୩) ଓ ବିହାର ସମଷ୍ଟିପୁରର ମନୋଜ ପାସ୍ୱାନ୍ (୪୦) ।

ମିଲିଥିବା ସୂଚନା ମୁତାବକ, ଜୟପୁର ସଦର ପୋଲିସ ଷ୍ଟେସନର ଥାନା ଅଧିକାରୀ, ଏମ୍ ମହାକୁଡ୍ ଏକ ବିସ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, ଲମତାପୁଟରୁ ଏକ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଛି ।

ଏହାପରେ ମହାକୁଡ ଓ ଏସଆଇ ଏନକେ ଟୋପୋଙ୍କ ନେତୃତ୍ୱାଧିନ ଏକ ଟିମ୍ ପାତ୍ରପୁର ବ୍ରିଜ୍ ନିକଟରେ ଯାଇ ଯାଞ୍ଚ କରି ଟ୍ରକ୍ ଭିତରୁ ଗଞ୍ଜେଇକୁ ଜବତ୍ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

Leave A Reply

Your email address will not be published.

ବ୍ରେକିଂ