ରାଜକନିକାରେ ୫ ହାଇୱେ ଲୁଟେରା ଗିରଫ
ରାଜକନିକା: ଗିରଫ ହେଲେ ହାଇୱେ ଲୁଟେରା । ରାଜକନିକା ଅଞ୍ଚଳରେ କେନ୍ଦ୍ରାପଡା ଆଳି ଓ ରାଜକନିକା ପୋଲିସ ବିଭିନ୍ନ ଜାଗାରେ ଚଡାଉ କରି ପାଞ୍ଚଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଛି ।
ତେବେ ଗତ ୧୭ ତାରିଖ ଦିନ ରାତିରେ ଗଞ୍ଜା ଘାଟ ନିକଟରୁ ପଟ୍ଟାମୁଣ୍ଡାଇ ଅଞ୍ଚଳର ସେକ ମୁନା ନାମକ ଜଣେ ଟ୍ରକ ଡ୍ରାଇଭରଙ୍କ ଠାରୁ ମୋବାଇଲ ଓ ୪୭ହଜାର ଟଙ୍କା ଲୁଟ ହୋଇଥିବା ରାଜକନିକା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।
ଏହି ଅଭିଯୋଗକୁ ଭିତ୍ତି କରି କେନ୍ଦ୍ରାପଡା ପୋଲିସ ତିନୋଟି ଟିମ କରି ବିଭିନ୍ନ ଜାଗାରେ ଚଡାଉ କରି ପାଞ୍ଚଜନଙ୍କୁ ଗିରଫ କରିଥିବା କେନ୍ଦ୍ରାପଡା ଅତିରିକ୍ତ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇଜଣ ନାବାଳକ ଥିବା ଜଣାପଡିଛି । ଅଭିଯୁକ୍ତଙ୍କ ଠାରୁ ଚୋରିରେ ବ୍ୟବହାର କରାଯାଇଥିବା ଗୋଟିଏ ବୋଲେରୋ,ଦୁଇଟି ବାଇକ,ଗୋଟିଏ ମୋବାଇଲ,ଗୋଟିଏ ଡାଉଲି ଓ ଏକ ହଜାର ଟଙ୍କା ଜବତ କରାଯାଇଥିବା ଅତିରିକ୍ତ ଏସପି କହିଛନ୍ତି ।
ଗିରଫ ହୋଇଥିବା ଯୁବକ ମାନଙ୍କ ନାମରେ ପୂର୍ବରୁ ବହୁତ ଅପରାଧ ଜନିତ କେସ ରହିଥିବା ଅତିରିକ୍ତ ଏସପି ଗାଗାରିନ ମହାନ୍ତି ପ୍ରକାଶ କରିଛନ୍ତି । ତେବେ ଏଥିରେ ଅଧିକ ଲୋକ ସାମିଲ ରହିଥିବା ସନ୍ଦେହ କରି ତଦନ୍ତ ଆରମ୍ଭ ଜାରି ରହିଛି । ଏଥିରେ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଏସପି ଅନୁରୋଧ କରିଛନ୍ତି ।