କଟକ ବାସନ୍ତୀ ଦୁର୍ଗା ଜୁଏଲରୀ ସୋରୁମ ଚୋରୀ ଘଟଣାରେ ୫ ଗିରଫ

କଟକ: ଜଗତପୁର ଆଇ.ବି ରୋଡରେ ଥିବା ବାସନ୍ତୀଦୁର୍ଗା ଜୁଏଲରୀ ସୋରୁମ ଚୋରି ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ । ଜୁଏଲାରୀ ଲୁଟ୍ ଘଟଣାରେ ପୋଲିସ ୪ ଜଣ ଚୋର ସହ ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ଏଥିସହ ପୋଲିସ ୨୫ କେଜି ୫୦୦ ଗ୍ରାମ୍ ରୂପା, ୩୮୫ ଗ୍ରାମ୍ ସୁନା, ୧୨ ହଜାର ୪ ଶହ ଟଙ୍କା, କାର, ୨ଟି ବାଇକ ଓ ୪ଟି ମୋବାଇଲ ଜବତ କରିଛି ।

 

ସୂଚନାନୁସାରେ ଗତ ୫ ତାରିଖରେ , ଲୁଟେରାମାନେ ବାସନ୍ତୀଦୁର୍ଗା ଜୁଏଲାରୀର ପଛପଟୁ ପଶି ଗହଣା ଚୋରି କରି ନେଇଥିଲେ । ଦୋକାନରୁ ୩୫ କେଜି ରୂପା, ୪ ଶହ ଗ୍ରାମ ସୁନା ସହ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏତଲା ପରେ ଲୁଟର ତଦନ୍ତ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ । ଏଥିରେ ପୋଲିସକୁ ସଫଳତା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ