ପୁଣେ: ସେରମ୍ ଇନଷ୍ଟିଚ୍ୟୁଟରେ ଭୟାବହ ଅଗ୍ନିକାଣ୍ଡରେ ୫ ଜଣ କର୍ମଚାରୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଆଜି ଅପରାହ୍ନରେ ସେରମ୍ ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ଯାହାକୁ ଲିଭାଇବା ପାଇଁ ପାଖାପାଖି ୧୦ଟି ଦମକଳ ବାହିନୀ ଲାଗି ପଡିଥିଲେ। ସେପଟେ ଏହି ଦୁର୍ଘଟାଣା ପରେ କମ୍ପାନିର ସିଇଓ ଅଦର ପୁନୱାଲା ଟ୍ୱିଟ୍ କରି ଲେଖିଛନ୍ତି, ବର୍ତ୍ତମାନ କିଛି କଷ୍ଟଦାୟକ କଥା ଜାଣିବାକୁ ମିଳିଛି। ଦୁର୍ଭାଗ୍ୟବଶତଃ ଏହି ଘଟଣାରେ କିଛି ଜୀବନ ହାନି ଘଟିଛି । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତ ପରିବାରର ସଦସ୍ୟଙ୍କୁ ସେ ସମବେଦନା ଜଣାଇଛନ୍ତି।
We have just received some distressing updates; upon further investigation we have learnt that there has unfortunately been some loss of life at the incident. We are deeply saddened and offer our deepest condolences to the family members of the departed.
— Adar Poonawalla (@adarpoonawalla) January 21, 2021
ସେପଟେ ନିଆଁ ଲାଗିବାର କାରଣ ଜଣାପଡ଼ି ନଥିବା ବେଳେ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରଯାଇଛି। ତେବେ କରୋନା ଟିକା କୋଭିସିଲ୍ଡ ରଖାଯାଇଥିବା କୋଠାଟି ନିଆଁ ଲାଗିଥିବା କୋଠା ପାଖରେ ଥିଲେ ମଧ୍ୟ ଟିକା ଉପରେ କୌଣସି ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି।