ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର; ୨୪ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ପାଞ୍ଚ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ସୁରକ୍ଷାକର୍ମୀ ।ଏନେଇ କାଶ୍ମୀର ଆଇଜିପି ବିଜୟ କୁମାର ଏକ ଏକ ଟ୍ୱିଟ୍ କରି କହିଛନ୍ତି। ଏନେଇ ସେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି ।

ପୁଲୱାମାର ପୋଚାଲ ଅଞ୍ଚଳରେ  ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ଅନ୍ୟପକ୍ଷରେ କୁଲଗାମ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆଉ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ ଗତ ୫ ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ବିନା କୌଣସି କ୍ଷତିରେ ଅପରେସନ୍ ଚଳାଇଥିବାରୁ ଆଇଜିପି ପୋଲିସ ଏବଂ ସୁରକ୍ଷା ବାହିନୀକୁ ଅଭିନନ୍ଦନ ଜଣାଇଛି ।

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ କାଶ୍ମୀରର ପୁଲୱାମାରେ ଦୁଇ ଆତଙ୍କବାଦୀ ଲୁଚି ରହିଥିବା  ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ଏହି ସମୟରେ ଘରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। SOP ଅନୁଯାୟୀ ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ କରିବାର ସୁଯୋଗ ଦିଆଯାଇଥିଲା।  ଏହା ପରେ ମଧ୍ୟ ଆତଙ୍କବାଦୀମାନେ ଆତ୍ମସମର୍ପଣ କରିବା ପରିବର୍ତ୍ତେ ଗୁଳି ଚଳାଇଥିଲେ।  ଏହାପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଉଭୟ ପାର୍ଶ୍ୱରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା।

 

Leave A Reply

Your email address will not be published.

ବ୍ରେକିଂ