କେନ୍ଦ୍ରାପଡ଼ା ଚାନ୍ଦୋଳରୁ ୫୦୦ ମିଲିଗ୍ରାମ ବ୍ରାଉନସୁଗର ସହ ୩ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ନିକଟରୁ ୫୦୦ ମିଲିଗ୍ରାମ ବ୍ରାଉନସୁଗର ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି କାରବାରରେ ଜଣେ ଯନ୍ତ୍ରୀଙ୍କ ସଂପୃକ୍ତ ଥିବା ଚାନ୍ଦୋଳ ଫାଣ୍ଡି ପୋଲିସ ଜାଣିବାକୁ ପାଇଛି । ଜବତ ବ୍ରାଉନସୁଗର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି ।

ଅଭିଯୁକ୍ତମାନେ ହେଲେ ନିଶ୍ଚିତକୋଇଲି ଥାନା ଅନ୍ତର୍ଗତ ପାଟସାଇଲୋ ଗ୍ରାମର ଯନ୍ତ୍ରୀ ରାକେଶ ଷଡ଼ଙ୍ଗୀ(୩୩), ସଦର ଥାନା ଅନ୍ତର୍ଗତ ଗଣେଶପୁର ଗ୍ରାମର ବଳରାମ ମିଶ୍ର(୩୦) ଓ ସଦର ଥାନା ଅନ୍ତର୍ଗତ ଗିରିଗୋଲା ଗ୍ରାମର ଶକ୍ତିସ୍ୱରୂପ ମହାନ୍ତି(୨୦) । ରାକେଶ ଇଞ୍ଜିନିୟରିଂ କରି ଏକ କମ୍ପାନୀରେ ଯନ୍ତ୍ରୀ ଭାବେ ଚାକିରି କରିଛନ୍ତି । ସେ ନିଜେ ବ୍ରାଉନ୍ ସୁଗାର ସେବନ କରିବା ସହ ଭୁବନେଶ୍ୱରରୁ ଏହାକୁ ଆଣି ଚାନ୍ଦୋଳରେ ବିକ୍ରି ମଧ୍ୟ କରେ ବୋଲି ପୁଲିସ ଆଗରେ ସ୍ୱୀକାର କରିଛି ।

୩ ଜଣ ଅଭିଯୁକ୍ତ ମିଶି ଚାନ୍ଦୋଳ ବଜାରରେ ବ୍ରାଉନସୁଗର ବିକ୍ରି କରୁଥିଲେ । ଏ ସଂକ୍ରାନ୍ତରେ ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ଖବର ପାଇ ସେମାନଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲେ । ସୌମ୍ୟରଞ୍ଜନଙ୍କ ଜାଲରେ ଏହି ତିନିଜଣ ଯୁବକ ପଡିଥିଲେ । ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ୩ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାବିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ